ଯୋଡ଼ା ପୋୖରପାଳିକା ଦଖଲ ପାଇଁ ବିଜେଡି ନେତାଙ୍କ ସୁଅ ଛୁଟୁଛି

ଯୋଡ଼ା: ପୋୖର ନିର୍ବାଚନ ଯେତିକି ପାଖେଇ ଆସୁଛି ଯୋଡ଼ାରେ ରାଜନୀତି ତାତି ସେତେ ଜୋର ଧରିଛି। ଚମ୍ପୁଆ ନିର୍ବାଚନମଣ୍ଡଳୀ ବିଜେଡିର ସବୁ ହେବି ୱେଟ ନେତା ଯୋଡ଼ା ପୌରପାଳିକାକୁ ଅକ୍ତିଆର କରିବା ପାଇଁ ପ୍ରଚାରକୁ ଅଧିକ ଶକ୍ତିଶାଳୀ କରିଥିବା ବେଳେ ଆଜି କେନ୍ଦୁଝର ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସଭାପତି ନିଶାର ହାୟତ ଯୋଡ଼ା ପୌରପାଳିକାର ୪ ନମ୍ବର ୱାର୍ଡ ରେ ପହଞ୍ଚି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ବିଜେଡି ବିଧାୟକ, ବିଜେଡି ସାଂସଦ ଥିବାବେଳେ ନିକଟରେ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଜିଲ୍ଲା ପରିଷଦ ସଭାପତି ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ବିଜେଡି ବିଜୟୀ ହୋଇଛି। ଲୋକେ ଅଯଥା ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଯୋଡ଼ାକୁ ବିକାଶର ଧାରାରେ ପଛରେ ପକାନ୍ତୁ ନାହିଁ ବୋଲି ବିଜେଡି ନେତାମାନେ କହୁଛନ୍ତି। ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଓ ସମସ୍ତ ୱାର୍ଡରେ କାଉନସିଲର ପ୍ରାର୍ଥୀଙ୍କୁ ଭୋଟ ଦେଇ ଯୋଡ଼ା ପୌରପାଳିକାର ବିକାଶ କାର୍ଯ୍ୟକୁ ଆଗକୁ ନେବା ବିଭିନ୍ନ ୱାର୍ଡରେ ନିର୍ବାଚନ ସଭାରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର