ଭୁବନେଶ୍ବର: ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକରେ ପରିଣତ ହୋଇଛି । 
Advertisment
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବ୍ଲକ ଗୁଡ଼ିକୁ ସାମିଲ କରିବା ପାଇଁ ନୀତି ଆୟୋଗକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ନୀତି ଆୟୋଗ ଏହି ବ୍ଲକ ଗୁଡିକୁ ଆକାଂକ୍ଷୀ ଯୋଜନାରେ ସାମିଲ କରିଛି ।
ଯେଉଁ ନୂତନ ବ୍ଲକ ଗୁଡ଼ିକ ଆକାଂକ୍ଷୀ ଯୋଜନାରେ ସାମିଲ ହେଲା, ସେଗୁଡ଼ିକ ହେଉଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି। ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।  
ସୂଚନାଯୋଗ୍ୟ ଯେ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡ଼ିକ ସମ୍ମିଳିତ ଭାବେ (Convergence) କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୂଚକାଙ୍କରେ ବ୍ଲକମାନଙ୍କ ମଧ୍ୟରେ ର‍୍ୟାଙ୍କିଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି କରାଯାଉଛି। ଏହାଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି ।