ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ପାଖରୁ ତେଲକୋଇ ପୁଲିସ ଦ୍ୱାରା ଦୁଇଟି ବେଆଇନ ଗୋରୁ ବୋଝେଇ ୧୬ଚକିଆ ଟ୍ରକ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି।
ତେଲକୋଇ ପୁଲିସର ପାଟ୍ରୋଲିଙ୍ଗ ଟିମ ଆଜି ଭୋରରୁ ଜନସନପୁର ପାଖ ଟୋଲ ପାଖରୁ ଗୋରୁ ବୋଝେଇ ଟ୍ରକକୁ ଜବତ କରିଥିଲା। ଟ୍ରକ ଦୁଇଟି ମଧ୍ୟପ୍ରଦେଶଠାରୁ ପଶ୍ଚିମବଙ୍ଗକୁ ଗୋରୁ ବୋଝେଇ କରି ନେଉଥିଲେ। ପ୍ରତି ଟ୍ରକରେ ଦୁଇ ଥାକରେ ଗୋରୁଙ୍କୁ ବୋଝେଇ କରାଯାଇଥିଲା। ଗୋଟିଏ ଟ୍ରକରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇଥିଲା, ଦୁଇଟି ଗାଡ଼ିରେ ଅତି ଅମାନୁଷିକ ଭାବେ ବାନ୍ଧିଛନ୍ଦି ପ୍ରାୟ ୧୫୦ରୁ ଅଧିକ ଗୋରୁ ବୋଝେଇ ହୋଇଥିଲା। ଦୁଇଟି ଟ୍ରକରୁ ଜଣେ ଡ୍ରାଇଭର ଓ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଅନ୍ୟ କେତେକ ମାଫିଆ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ଗୋରୁମାନଙ୍କୁ ବଡ଼ବିଲସ୍ଥିତ ଗୋଶାଳାକୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Untitled-2.png)
