ନବଜାତ ସମେତ ଦୁଇ ହାତୀଙ୍କର ମୃତ୍ୟୁ

ତେଲକୋଇ: ଏକ ମାଈହାତୀ ଓ ଏକ ନବଜାତ ହାତୀର ଗଳିତ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଶିମିଳିପାଳ ଗାଁ କୁଳିଆପାଳ ନିକଟରେ ଗୋଟିଏ ମାଈ ହାତୀ ଓ ଗୋଟିଏ ନବଜାତ ହାତୀଛୁଆର ଗଳିତ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କିଛି ଲୋକ କୁଳିଆପାଳ ଜଙ୍ଗଲରେ ଏକ ନବଜାତ ହାତୀଛୁଆ ସହିତ ମାଈହାତୀର ଗଳିତ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମାଈହାତୀଟି ପ୍ରସବ ସମୟରେ ଛୁଆ ଜନ୍ମ ଦେବା ପରେ ଉଭୟ ମା ଓ ଛୁଆ ମୃତ୍ୟବରଣ କରିଥିବା ଅନୁମାନ କରାଯାଉଛି। ହେଲେ, ଏବେ ହାତୀଙ୍କର ଚଳପ୍ରଚଳ ସ୍ଥାନ ସମ୍ପର୍କରେ ବନବିଭାଗ ଟ୍ରାକିଂ କରୁଛି।ମାଈହାତୀ ଓ ଛୁଆଙ୍କର ମୃତ୍ୟୁ ସମ୍ପର୍କରେ ବନ ବିଭାଗ କିଭଳି ଭାବେ ଜାଣି ପାରିଲା ନାହିଁ, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର