ଦୀପରୁ ନିଆଁ ଲାଗି ୨ ଗୁରୁତର

ନଠୁଆବର : ରସୁଲପୁର ବ୍ଲକ୍‌ ଅନ୍ତର୍ଗତ କଲଣ ପଞ୍ଚାୟତ ଶୁଳିଆ ଗ୍ରାମରେ ସଞ୍ଜ ଦୀପରୁ ନିଆଁ ଲାଗି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଏହି ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପତ୍ନୀ ଶାନ୍ତିଲତା(୫୦) ଓ ତାଙ୍କ ଦିଅର ଶତ୍ରୁଘନ ଖୁଣ୍ଟିଆ(୫୨)। ସେମାନଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ସଞ୍ଜ ଦୀପରୁ ଶାନ୍ତିଲତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଦିଅର ଶତ୍ରୁଘନ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଶାନ୍ତିଲତାଙ୍କ ଦେହର ଅଧିକାଂଶ ଭାଗ ଜଳିଯାଇଥିବା ବେଳେ ଶତ୍ରୁଘନଙ୍କ ହାତ ପାପୁଲି ମଧ୍ୟ ‌ପୋଡ଼ିଯାଇଥିଲା । ଶାନ୍ତିଲତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ସେ ଧର୍ମଶାଳା ବ୍ଲକ୍‌ର ଗଡ଼ମଧୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର