ଆନନ୍ଦପୁର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାରେ ଆନନ୍ଦପୁରର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଆଜି ପୁଲିସ ଗିରଫ କରିଛି। ତାଙ୍କର ଆଉ ୩ ଜଣ ସମର୍ଥକଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ସେମାନେ ହେଲେ ଆନନ୍ଦପୁରର ସୁଦର୍ଶନ ରଣା, ଦୀପକ ଜେନା ଓ ଘସିପୁରାର ପରେଶ ପାତ୍ର। ବେଲବାହାଳିଠାରେ ଗତ ସେପ୍ଟେମ୍ବର ୧୭ ତାରିଖରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗାଡ଼ି କାଚ ଭଙ୍ଗାରୁଜା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଆଜି ସକାଳ ୯ଟାରେ ସୁରେଶ ତାଙ୍କ ବୋଲେରୋରେ ଯାଉଥିବାବେଳେ ଆନନ୍ଦପୁର ବଡ଼ଦାଣ୍ତ ନିକଟରୁ ତାଙ୍କୁ ଓ ଗାଡ଼ିରେ ଥିବା ତାଙ୍କ ସମର୍ଥକ ସୁଦର୍ଶନ ରଣାଙ୍କୁ ପୁଲିସ ଗିରଫ କରିଥିଲା। ଏହାପରେ ତାଙ୍କର ଅନ୍ୟ ଦୁଇ ସମର୍ଥକ ଦୀପକ ଓ ପରେଶଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିବା ବେଳେ ଜାମିନ୍ ଶୁଣାଣି ଆସନ୍ତା ୨୯ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହିପରି ସେପ୍ଟେମ୍ବର ୬ ତାରିଖରେ ଘସିପୁରା ବସ୍ଷ୍ଟାଣ୍ତରେ ଆଶିିଷ ବେହେରା ନାମକ ଯୁବକ ଦେଇଥିବା ଅନ୍ୟ ଏକ ଅଭିଯୋଗରେ ପୁଲିସ୍ ସୁରେଶ ଓ ପରେଶଙ୍କୁ ରିମାଣ୍ତ ମାଗିଥିବା ନେଇ ସୂଚନା ମିଳିଛି। ଏହି ଦୁଇଟି ମାମଲାର କୌଣସି ତଦନ୍ତ ନକରି ପୁଲିସ୍ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଥିବା ନେଇ ସୁରେଶ ଗଣମାଧୢମକୁ କହିଛନ୍ତି।
ମନ୍ତ୍ରୀଙ୍କ ଗାଡ଼ି କାଚ ଭଙ୍ଗା ଘଟଣା : ପୂର୍ବତନ ପୌର ଉପାଧୢକ୍ଷ ସୁରେଶ ସାହୁଙ୍କ ସମେତ ୪ ଗିରଫ
/sambad/media/post_attachments/wp-content/uploads/2018/10/Anandapur-Suresh-sahoo-Arreast.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)