ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ମସିଣାଯୋଡ଼ି ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୫ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତକାଲି କିଛି ଯୁବକ ଭୋଜି କରୁଥିବା ବେଳେ କୌଣସି କାରଣରୁ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ଭୋଜି ସରିବା ପରେ ଉକ୍ତ ଯୁବକକୁ ପିଟିପିଟି ଅନ୍ୟ ଯୁବକମାନେ ମାରି ଦେଇଥିବା କୁହାଯାଉଛି। ମୃତ ଯୁବକ ବାଙ୍ଗୁରୁଶୁଣି ଗ୍ରାମ ଗୋଠଭୂଇଁ ସାହିର ଅଲେଖ ଦେହୁରୀ ବେଲି ଜଣାଯାଇଛି।