ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା’: ଟେଣ୍ଟ ବନ୍ଧାରେ ୬ କୋଟି ଖର୍ଚ୍ଚ

କେନ୍ଦୁଝର: ‘ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା’ରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ସରକାରୀ ତହବିଲରୁ ମନଇଚ୍ଛା ଅର୍ଥ ଖର୍ଚ୍ଚ କରାଯାଇଛି। ଟେଣ୍ଟ ବାନ୍ଧିବା ଓ ଖେଚୁଡ଼ି ଖାଇବା ପା‌ଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ନିର୍ବାଚନ ପୂବର୍ରୁ ସରକାର ‘ଆମ ଓଡ଼ିଶା ଓ ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ‌ଟଙ୍କା ଲେଖାଏଁ ଦିଆଯାଇଥିଲା। ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲେ ବି ବାସ୍ତବରେ ନିର୍ବାଚନକୁ ଆଖି ଆଗରେ ରଖି ଏହା କରାଯାଇଥିଲା। ଦୁଇ ଲକ୍ଷ ଟଙ୍କାରେ ଟେଣ୍ଟ ବନ୍ଧାଯିବା ସହ ଖିଆପିଆ ଓ ନାଚଗୀତ ହେଉଥିଲା। ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ହିସାବରେ କେନ୍ଦୁଝର ଜିଲ୍ଲାର ୨୯୭ଟି ପଞ୍ଚାୟତ ପାଇଁ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଚତୁର୍ଥ ରାଜ୍ୟ ଅର୍ଥ ଯୋଜନାରୁ ଏହି ଅର୍ଥ ଭରଣା ହୋଇଥିବା ବେଳେ ପିଇଓମାନଙ୍କୁ ଏହି ଅର୍ଥ ଦିଆଯାଇଛି। କେବଳ ଟେଣ୍ଟ ବନ୍ଧା ଓ ଖାଇପିଇ ଏହି ଟଙ୍କାକୁ ଉଡ଼ା ଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର