କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ନିକଟରେ ଉତ୍କଳ କାର୍ଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀ ନଗଦ ୮ଲକ୍ଷରୁ ଅଧିକ ଟଙ୍କା ଧରି କେନ୍ଦୁଝରରୁ ସୁଆକାଟିସ୍ଥିତ ଓଏମସି ଖଣିକୁ ଯାଉଥିବା ବେଳେ ଏକ ନମ୍ବର ବିହୀନ କଳା ପଲସର ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ସଂମ୍ପୃକ୍ତ କର୍ମଚାରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହିତ ଭୁଜାଲିରେ ଆକ୍ରମଣ କରିଥିଲେ । ତା’ ସତ୍ୱେ ପରିବହନ କର୍ମଚାରୀମାନେ ଟଙ୍କା ନ ଦେବାରୁ ଦୁର୍ବୃତ୍ତମାନେ ଗୁଳି ଚଳାଇବାକୁ ପଛାଇ ନ ଥିଲେ । ଶେଷରେ ଜୀବନ ଭୟରେ ଟଙ୍କା ବ୍ୟାଗକୁ ଛାଡି ସେଠାରୁ ଚାଲି ଯାଇଥିଲେ କର୍ମଚାରୀ । ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କେନ୍ଦୁଝରରେ କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୮ ଲକ୍ଷ
/sambad/media/post_attachments/wp-content/uploads/2020/06/lootera-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)