ହାଟଡ଼ିହି (କିଶୋର ଆଚାର୍ଯ୍ୟ): ଝିଅ ସମୁଖରେ ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲେ ଜଣେ ଏବିଡ଼ିଓ। ଏପରି ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ। କିଛିବର୍ଷ ହେଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗିଥିବା ବେଳେ ସ୍ତ୍ରୀ ଯାଇ ବାପଘରେ ରହୁଥିଲେ। କିନ୍ତୁ ପୁଅ ମାଟ୍ରିକ ପରୀକ୍ଷା ଦେବ ବୋଲି ଗତ ମାର୍ଚ୍ଚରେ ଘରକୁ ଫେରିଥିଲେ।
ଆଜି ଅପରାହ୍ନରେ ସ୍ୱାମୀ ଦେବୀ ପ୍ରସାଦ ଓ ସ୍ତ୍ରୀ ସୁଦେଷ୍ନା ଘରେ ଥିବାବେଳେ ପାରିବାରିକ କଳହରୁ ଝିଅ ସମୁଖରେ ସ୍ୱାମୀ ସ୍ତ୍ରୀଙ୍କୁ ଏକ କୁରାଢ଼ିରେ ହାଣି ଦୌଡ଼ି ପଳାଇ ଥିଲେ। ଝିଅର ଚିତ୍କାର ଶୁଣି ପଡୋଶୀମାନେ ଯାଇ ସୁଦେଷ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଅଛନ୍ତି ଦେବୀ ପ୍ରସାଦ ଜେନା। ବାପ ଅନ୍ୟ ଜଣେ ସ୍ତ୍ରୀ ଲୋକ ସହିତ ସମ୍ପର୍କ ରଖି ତାଙ୍କ ମା’ଙ୍କୁ ନିର୍ଯାତନା ଦେଉଥିବା ଓ ଆଜି ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟାଇଥିବା ସୂଚନା। ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି ଏବିଡ଼ିଓ।
ବନ୍ତ ବ୍ଲକ୍ ଏବିଡିଓ ଦେବୀ ଜେନା ଫେରାର
ପାରିବାରିକ କଳହକୁ କେନ୍ଦ୍ର କରୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ବନ୍ତ ଏବିଡିଓ ଦେବୀ ରଞ୍ଜନ ଜେନା ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ବନ୍ତ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ଘଟଣା ଭଦ୍ରକ ଜିଲ୍ଲାରେ ଆଜି ଚର୍ଚ୍ଚାକୁ ଆସିଛି। ଦଶହରା ଓ ସୁଦରସା ବ୍ରତ ପାଳନ ଦିନ ନିଜ ପତ୍ନୀଙ୍କୁ ଏଭଳି ହତ୍ୟା କରିବା ଘଟଣା ଲୋକେ ତୀବ୍ର ନିନ୍ଦା କରିଛନ୍ତି। ତୁରନ୍ତ ଏବିଡିଓଙ୍କୁ ଗିରଫ କରିବା ପାଇଁ ତାଙ୍କର ମୃତ ପତ୍ନୀଙ୍କ ପରିବାର ଲୋକ ଦାବି କରିଛନ୍ତି। ଏବିଡିଓ ଦେବୀ ରଞ୍ଜନ ଜେନାଙ୍କ ନିଜ ଘର କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅନ୍ତର୍ଗତ ଡଅର ଗ୍ରାମରେ।
Keonjhar | Crime