ଘସିପୁରା: ୨୦ ନଂ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ସରିନଥିବାରୁ ଅଧାପନ୍ତରିଆ ରାସ୍ତାରେ ସିଙ୍ଗିଲ୍ ରୋଡରେ ହଜାର ହଜାର ଗାଡ଼ି ଯାତାୟତ କରୁଥିବାରୁ ପ୍ରତିଦିନ କିଛିନା କିଛି ଦୁର୍ଘଟଣା ଘଟୁଛି। ଏଥିଲାଗି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। ଆଜି ସକାଳୁ ସକାଳୁ ୨୦ନଂ ଜାତୀୟ ରାଜପଥ ବାରିଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଉପରେ ଚଢ଼ିଗଲା କଣ୍ଟେନର ଗାଡ଼ି। କାର ଭିତରେ ବସିଥିବା ୪ଜଣ ବ୍ୟକ୍ତି ଗୁରୁତର। ସଙ୍ଗେ ସଙ୍ଗେ ସ୍ଥା ନୀୟ ଲୋକମାନେ ପୁଲିସକୁ ଖବର ଦେବାସହ ଅଗ୍ନିଶମ ବିଭାଗକୁ ଖବର ଦେଇ ଆନନ୍ଦପୁର ମେଡ଼ିକାଲରେ ୪ଜଣଙ୍କୁ ଭର୍ତ୍ତି କରିଥିଲେ।

Advertisment

ଦୁର୍ଘଟଣାଗ୍ରସ୍ତ କାର୍ ଭିତରେ ବସିଥିବା ୪ଜଣ ଗୁରୁତର ଆହତ ବ୍ୟକ୍ତିଙ୍କ ଘର କଟକ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ଧକ୍କା ଦେଇଥିବା କଣ୍ଟେନର ଫେରାର ହେଉଥିବା ବେଳେ ହସନପୁର ଟୋଲପ୍ଲାଜା ନିକଟରେ ଗାଡ଼ିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିବା ବେଳେ ଘସିପୁରା ପୁଲିସ ପହଞ୍ଚି ବୁଝାବୁଝି କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।