ହାଟଡିହି: ରାସ୍ତା ପାଇଁ ରାସ୍ତାରୋକ କରିଛନ୍ତି ୩ଟି ଗ୍ରାମର ଗ୍ରାମବାସୀ। ଗାଁକୁ ପକ୍କା ସଡ଼କ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ସରକାର ୩ବର୍ଷ ତଳୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଠିକାଦାର କାମ ଆରମ୍ଭ କରିଥିଲେ ବି କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଏହି ରାସ୍ତାକୁ କରାଇ ଦେଉ ନାହାନ୍ତି। ଗତକାଲି ରାତିରେ କିଛି ଲୋକ ଠିକସଂସ୍ଥାର ମେସିନିକୁ ଭଙ୍ଗାରୁଜା କରିବା ସହିତ କାମ କରୁଥିବା ଠିକସଂସ୍ଥାର ଲୋକଙ୍କୁ ଘଉଡ଼ାଇ ଦେଇଛନ୍ତି। ଫଳରେ ରାସ୍ତା ହେବା ନେଇ ଆଶଙ୍କା ଦେଖାଦେଇଛି।
ଏନେଇ ଏଲକଣା ଓ ବର୍ଦ୍ଧନପୁର, ନିସଙ୍ଗପୁର ଗ୍ରାମବାସୀମାନେ ଆଜି ସକାଳୁ ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ଅବରୋଧ କରି ରାସ୍ତା ରୋକ କରିଛନ୍ତି। ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ହାଟଡିହି ତହସିଲଦାର, ନନ୍ଦିପଦା ପୁଲିସ୍ ପହଞ୍ଚି ବୁଝାସୁଝା କରୁଥିଲେ ବି ଲୋକମାନେ ଜିଦ୍ ରେ ବସି ରହିଛନ୍ତି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hati.jpg)