ଭୁବନେଶ୍ବର : ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିଲା ଆମ୍ବାସଡର କାର | ନେତା ହୁଅନ୍ତୁ କି ସରକାରୀ ବାବୁ, ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଏହି କାର | କେବଳ ସରକାରୀ ଦପ୍ତର ନୁହେଁ, ଟ୍ୟାକ୍ସି ସହ ବ୍ୟକ୍ତିଗତ ବ୍ୟବହାରରେ ବି ଏହି କାରର ନାମ ଥିଲା | କିନ୍ତୁ ଦିନକୁ ଦିନ ବଜାରକୁ ନୂଆ ଡିଜାଇନର କାର ଆସିବା ସହ ଅଧିକ ମାଇଲେଜ ମିଳୁଥିବା କାରକୁ ଲୋକ ପସନ୍ଦ କରିଥିଲେ | ଏହାପରେ ବଜାରରୁ ଧୀରେ ଧୀରେ କମିବାରେ ଲାଗିଥିଲା ଆମ୍ବାସଡରର ଚାହିଦା | ତେବେ ଆଜି ଆମେ ଆପଣଙ୍କୁ ଆମ୍ବାସଡର କାରର ପରିବର୍ତ୍ତିତ ରୂପ ବାବଦରେ କହିବୁ | ବାସ୍ତବରେ କେନ୍ଦୁଝର ସହରର ଜଣେ ବ୍ୟକ୍ତି ନିଜ ଆମ୍ବାସଡର କାରକୁ ଭିନ୍ନ ରୂପ ଦେଇଛନ୍ତି | ସେ ଏହି କାରକୁ ମାଲବୁହା ଗାଡ଼ିରେ ପରିଣତ କରିଦେଇଛନ୍ତି |

Advertisment

publive-image ଫଟୋ ସୌଜନ୍ୟ: ଦେବୀପ୍ରସାଦ ଦାଶ

ଲୋକଙ୍କର ଏହି କାର ଉପରୁ ଚାହିଦା କମିବାରେ ଲାଗିଥିବାବେଳେ ଭଡା ମଧ୍ୟ ମିଳିନଥିଲା | ଏହାପରେ ବ୍ୟକ୍ତିଜଣକ ଏହି କାରର ପଛପାର୍ଶ୍ୱକୁ କାଟି ଦେଇ ଡାଲା ଲଗାଇଦେଇଥିଲେ କାରର ସାମ୍ନା ପଟେ ଡ୍ରାଇଭରଙ୍କ ସହ ଜଣେ ବ୍ୟକ୍ତି ବସିବାକୁ ବ୍ୟବସ୍ଥା ଥିବାବେଳେ ପଛପଟେ ମାଲ ବୁହାଯାଇପାରିବ | ଆଉ ଏବେ ମାଲ ବୋହିବାରେ ଲାଗିପଡିଛି ଏହି କାର |

ଉଲ୍ଲେଖ ଥାଉ କି ଦେଶର ସବୁଠାରୁ ପୁରୁଣା କାର କମ୍ପାନିଭାବେ ଜଣାଶୁଣା ହିନ୍ଦୁସ୍ତାନ ମୋଟର୍ସ ୨୦୧୪ରେ ଆମ୍ବାସାଡର କାରର ଉତ୍ପାଦନ ବନ୍ଦ କରିଦେଇଥିଲା । ଆମ୍ବାସାଡର କାରର ଚାହିଦା କମିବା ସହ କମ୍ପାନିର ଋଣଭାର ବଢିଯାଇଥିଲା। ଏହା ଫଳରେ ବାଧ୍ୟ ହୋଇ କମ୍ପାନି ଉତ୍ପାଦନ ବନ୍ଦ କରିଥିଲା । ପରେ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର ବ୍ରାଣ୍ଡକୁ ଫ୍ରାନ୍ସର କାର କମ୍ପାନି ପିଉଜିଆଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା ।