କେନ୍ଦୁଝର: ପ୍ରସବ କରାଇବା ପାଇଁ ହସ୍ପିଟାଲ ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟରେ ଆମ୍ବୁଲାନ୍ସରେ ବସିଥିବା ଜଣେ ମହିଳା ମୃତ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକ ଅନ୍ତର୍ଗତ ତିଳବେଡା ଠାରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଭାଗ୍ୟର ବିଡମ୍ବନା ବିଚିତ୍ର। ଦୁର୍ଘଟଣା ଘଟିବା ମାତ୍ରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣକ ଏକ ମୃତ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର: ଆମ୍ବୁଲାନ୍ସ ଦୁର୍ଘଟଣା ହେବା ପରେ ମୃତ ଶିଶୁକନ୍ୟା ଜନ୍ମ ଦେଲେ ମହିଳା
/sambad/media/post_attachments/wp-content/uploads/2018/11/DEAD_Nov27.jpg)