ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ତଳୀ : ଅଙ୍କ ବିଗାଡ଼ିବେ ମାଳମାଳ ଆଶାୟୀ

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ଅଧିକା˚ଶ ସମୟରେ ନେତୃତ୍ବ ପରିବର୍ତ୍ତନ କରୁଥିବା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ତଳୀ ଏଥର ନୂଆ ବିଧାୟକ ଦେଖିବ ନା ସେଇ ପୁରୁଣା ମୁହଁ? ବିଜେଡି ହ୍ୟାଟ୍ରିକ୍‌ ସଫଳତା ପାଇବ ତ?

ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଏଭଳି ଅନେକ ପ୍ରଶ୍ନ ଭୋଟରଙ୍କ ମଧ୍ୟରେ ଉଙ୍କି ମାରୁଛି। ବିଗତ ୧୦ଟି ବିଧାନସଭା ନିର୍ବାଚନକୁ ଦେଖିଲେ ଏଠାରେ ଅଧିକା˚ଶ ସମୟରେ ନୂଆ ଦଳ ଓ ନୂଆ ବିଧାୟକଙ୍କୁ ଦେଖିବାକୁ ମିଳିଛି। ୧୯୭୪ରେ ଏଠାରେ କ˚ଗ୍ରେସର ଭୁବନାନନ୍ଦ ଜେନା ବିଧାୟକ ଭାବେ ବିଜୟୀ ହୋଇଥିଲେ। ୧୯୭୭ରେ ଜନତା ପାର୍ଟିରୁ ମକର ସେଠୀ, ୧୯୮୦ ଓ ୧୯୮୫ରେ କ˚ଗ୍ରେସ(ଆଇ)ରୁ ଜୟଦେବ ଜେନା ବିଜୟୀ ହୋଇଥିଲେ। ସେହିପରି ୧୯୯୦ ମସିହାରେ ଜନତା ଦଳରୁ ଦାଶରଥି ଜେନା, ୧୯୯୫ ରେ କ˚ଗ୍ରେସରୁ ଜୟଦେବ ଜେନା, ୨୦୦୦ ମସିହାରେ ବିଜେପିରୁ ମାୟାଧର ଜେନା, ୨୦୦୪ ରେ କ˚ଗ୍ରେସରୁ ପୁନର୍ବାର ଜୟଦେବ ଜେନା, ୨୦୦୯ ରେ ବିଜେଡିରୁ ଭାଗୀରଥି ସେଠୀ ଓ ୨୦୧୪ ରେ ବିଜେଡିରୁ ମାୟାଧର ଜେନା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ୧୦ଟି ବିଧାନସଭା ନିର୍ବାଚନ ମଧ୍ୟରୁ କ˚ଗ୍ରେସର ଜୟଦେବ ଜେନା ସର୍ବାଧିକ ୪ ଥର ବିଧାୟକ ହୋଇଛନ୍ତି। ଗତ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ମାୟାଧର ଜେନା ୮୨ ହଜାର ୫୨୦ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। କ˚ଗ୍ରେସର ଜୟଦେବ ଜେନା ୬୦ ହଜାର ୨୯୬ ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ବିଜେପିର ଆଲୋକ କୁମାର ସେଠୀ ୧୨ ହଜାର ୬୬୪ ଖଣ୍ତ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ଚଳିତ ବିଧାନସଭା ନିର୍ବାଚନ ପାଇଁ ମାଳମାଳ ଆଶାୟୀ ସମସ୍ତଙ୍କ ଅଙ୍କ ବିଗାଡ଼ି ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଶାସକ ବିଜେଡି ପୁଣି ତୃତୀୟ ଥର ପାଇଁ ଏଠାରୁ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡ଼ିଛି। ଏଥର ଟିକେଟ ପାଇଁ ବିଧାୟକ ମାୟାଧର ଜେନା ସ୍ବାଭାବିକ ଭାବେ ଆଶାୟୀ ରହିଥିବା ବେଳେ ସାବିତ୍ରୀ ସେଠୀ, ବିମଳ କିଶୋର ଜେନା, କଳ୍ପତରୁ ସେଠୀ, କୌଶଲ୍ୟା ସେଠୀ, ରମେଶ ଜେନା, ପାର୍ଥସାରଥି ଜେନା, ବିଶ୍ବପ୍ରତାପ ଜେନା, ଅପର୍ତ୍ତି ଚରଣ ଜେନା, ବାଇଧର ସେଠୀ ଆଶାୟୀ ରହିଛନ୍ତି। ଇତିମଧୢରେ ପ୍ରାୟ ୧୨ରୁ ଊର୍ଦ୍ଧ୍ବ ଆଶାୟୀ ସେମାନଙ୍କର ବାୟୋଡାଟା ଜିଲ୍ଲା ବିଜେଡି ସଭାପତିଙ୍କୁ ଦେଇଥିବା ଜଣାପଡ଼ିଛି। ତେବେ ଆଉ େଗାଟିଏ େଗାଷ୍ଠୀ କହୁଛନ୍ତି େଯ ଭାଗୀରଥିଙ୍କୁ ବିଜେଡିକୁ ଆଣିବା ପାଇଁ େଯାଜନା ଚାଲିଛି। ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହିତ ତାଙ୍କ ସୁସ˚ପର୍କ ନ ଥିବାରୁ ଏହା ସମ୍ଭବ ହେଉନାହିଁ।

ତେବେ ବିେଜପିର ପ୍ରମୁଖ ଆଶାୟୀ ଭାବେ ଭାଗୀରଥି ସେଠୀଙ୍କ ନାମ ରହିଛି। ଅନ୍ୟ ଆଶାୟୀଙ୍କ ମଧୢରେ ଆଲୋକ ସେଠୀ, ସୁମତୀ ଜେନା, ସନ୍ତୋଷ ଜେନା ପ୍ରମୁଖ ଅଛନ୍ତି। ସେହିପରି କ˚ଗ୍ରେସରୁ ଜୟଦେବ ଜେନା ଓ ମନ୍ଦରଧର କୁଅଁର ଆଶାୟୀ ଥିବା ଜଣାପଡ଼ିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ମାୟାଧର ଜେନା          ୮୨,୫୨୦
କଂଗ୍ରେସ   ଜୟଦେବ ଜେନା          ୬୦,୨୯୬
ବିଜେପି    ଆଲୋକ କୁମାର ସେଠୀ ୧୨,୬୬୪

ସମ୍ବନ୍ଧିତ ଖବର