ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଯିବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ ଛାତ୍ରଛାତ୍ରୀ ଓ ଶିକ୍ଷକ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଯାଉଥିବାବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମହୁମାଛି ଆକ୍ରମଣ କରିଥିବାର ଖବର ମିଳିଛି। ଏଥିରେ ୫୦ର ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ମହୁମାଛି ଗୋଡାଇ ଗୋଡାଇ ବିନ୍ଧିବାରୁ
ଜୀବନ ବିକଳରେ ଧାଇଁଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ। ଏହି ଆକ୍ରମଣରେ ଜଣେ ଶିକ୍ଷକ ଓ ଜଣେ ଛାତ୍ର ଗୁରୁତର ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଜି ମାଟ୍ରିକ୍ ପରୀକ୍ଷାର ଦ୍ବିତୀୟ ଦିନ। ଆଜି ଛାତ୍ରଛାତ୍ରୀମାନେ ଇଂରାଜି ପରୀକ୍ଷା ଦେଉଛନ୍ତି।ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି ପଡ଼ିଯାଇ ଖଣ୍ଡିଆଖାବରା ହୋଇଛନ୍ତି। ମହୁମାଛି ବିନ୍ଧାରେ ଛାତ୍ର ବିଶ୍ବନାଥ ଜୁଆଙ୍ଗ ଗୁରୁତର ଥିବା ଜଣାଯାଇଛି। ପ୍ରବଳ ବିନ୍ଧା ହେବାରୁ ବସିପାରିଲେନି। ଇଞ୍ଜେକସନ ନେବା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। କାରଣ ପରୀକ୍ଷା ସମୟରେ କାହାରିକୁ ଛଡ଼ାଯାଇ ପାରିବନି ବୋଲି କହିଛନ୍ତି କେନ୍ଦ୍ର ଅଧୀକ୍ଷକ।

ସମ୍ବନ୍ଧିତ ଖବର