ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଭିତରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆଜି ଅପରାହ୍ଣ ୪ଟାବେଳେ ବୀର ଗୋବିନ୍ଦପୁର ଗ୍ରାମର ମକୁନ୍ଦ ପ୍ରଧାନ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମକୁନ୍ଦଙ୍କୁ ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ସେମାନଙ୍କୁ ପ୍ରତିରୋଧ କରିବାରୁ ଆକ୍ରମଣକାରୀମାନେ ପଳାଇଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମକୁନ୍ଦ ଏ ସଂପର୍କରେ ଘସିପୁରା ଥାନାରେ ଅଭିଯୋଗ କରିଥିବା ବେଳେ ଥାନା ଏସ୍ଆଇ ସିଦ୍ଧେଶ୍ୱର ନାୟକ ଘଟଣାର ତଦନ୍ତ କରୁଛନ୍ତି।
ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟଙ୍କୁ ଆକ୍ରମଣ ଉଦ୍ୟମ
/sambad/media/post_attachments/wp-content/uploads/2018/03/hospital-patient-720x379.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)