କେନ୍ଦୁଝର: ଟାଉନ୍ ଥାନା ଅନ୍ତର୍ଗତ ଜାମୁନାଳିଆ ନିକଟରେ ଆଜି ସଂଧ୍ୟାରେ ଏକ ସଡକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଅଟୋପୁରର ଟୁନା ସାହୁ (୫୦), ସିପୁ ସାହୁ (୫୦), ସଂଯୁକ୍ତା ବେହେରା (୪୦) ଏବଂ ବିଶାଲ ବେହେରା (୧୮) ଏକ ଅଟୋ (ଓଡି-୦୯ଡି-୨୩୨୯)ରେ ଟିକରପଡା ଯାଇଥିଲେ । ସଂଧ୍ୟାରେ ଫେରିବା ବେଳେ ଜାମୁନାଳିଆ ନିକଟରେ ଏକ ଟ୍ରକ ପଛରେ ଧକ୍କା ଦେଇଥିଲା। ଫଳରେ ଅଟୋରେ ଯାଉଥିବା ୪ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି ।
ଟ୍ରକ୍ ପଛରେ ପିଟିଲା ଅଟୋ:୪ ଗୁରୁତର
/sambad/media/post_attachments/wp-content/uploads/2018/01/auto-1.jpg)