ଯୋକଡ଼ିଆ: କୁଆଖିଆ ଥାନା ଅନ୍ତର୍ଗତ କୋଳଥଳ ଗାଁ ନିକଟ କୁଆଖିଆ-ଜେନାପୁର ପୂର୍ତ୍ତ ରାସ୍ତାରେ ଗୋଟିଏ ଅଟୋ ରାସ୍ତା କଡ଼ ଗଛରେ ପିଟି ହୋଇଯିବାରୁ ଚାଳକ ସମେତ ଦୁଇ ଜଣ ଆହତ ହୋଇଛନ୍ତି। କୁଆଖିଆରୁ ମଧୁବନ ଯାଉଥିବା ଅଟୋ ଓଡି-୦୪ଜି-୫୯୪୯ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲା। ବରୀ ବାଲିଆପାଳ ସାରଙ୍ଗପୁର ଗ୍ରାମର ବୈଦ୍ୟନାଥ ରାଉତଙ୍କ ପୁଅ ଅନୀଲ ଓ ଏସ୍‌କେ ଜୁମାରଉଦ୍ଦିନ ଅଟୋ ଭିତରେ ରହିଯାଇଥିଲେ। ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇ ମଧୁବନ ଡାକ୍ତରଖାନା ପଠା ଯାଇଥିଲା।