ପାଟଣା: ପାଟଣା ବ୍ଲକ୍‌ ବଡ଼ନୂଆଗାଁରେ ପୋଖରୀରେ ବୁଡ଼ି ଏକ ଶିଶୁପୁତ୍ର ପ୍ରାଣ ହରାଇଛି। ମୃତକ ହେଲେ ଗ୍ରାମର ମାଧ ମୁଣ୍ଡାଙ୍କ ପୁଅ ଟୁକୁନା (୫)। ଶିଶୁଟି ନିଖୋଜ ଥିଲା। ଗତକାଲି  ଘର ପାଖ ପୋଖରୀରେ ତା’ର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଶିଶୁଟି ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।

Advertisment

ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ ଓ ଘଟଗାଁ ଥାନା ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।