ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ (ଧବଳାହାର) ସ୍ଥିତ ଆମ୍ବତୋଟାରେ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ଵାଡ୍ରଏନ୍କାଉଣ୍ଟର ମାମଲାରେ ଆହତ ଦୁଇ ଅପରାଧୀଙ୍କ ମଧ୍ୟରୁ ଆଜି ସୁସ୍ଥ ହେବା ପରେ ଜଣକୁ ବାଲିଅନ୍ତା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ଜେଲ୍ ହାଜତକୁ ଯାଇଥିବା ଏହି ଅପରାଧୀ ଜଣକ ହେଲା ଲିପୁ ଓରଫ ସୁଶାନ୍ତ ସାହୁ । ଲିପୁର ଘର ଜଗତ୍ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ବାଲିପାଟଣା। ଅନୁରୂପ ଭାବେ ପୁଲିସ ଗୁଳିରେ ଲିପୁ ସହିତ ଗୁରୁତର ଆହତ ହୋଇ କଟକ ଜଗତ୍ପୁର ପଶ୍ଚିମକଛ ଅଞ୍ଚଳର ହରିହର ସାମଲ ଏବେ ସେଠାରେ ଚିକିତ୍ସିତ ହେଉଥିବା ପୁଲିସ କହିଛି । ଏ ସଂକ୍ରାନ୍ତରେ ବାଲିଅନ୍ତା ଥାନାରେ କେସ୍ ନଂ ୬/୧୮ ରେ ଏକ ମାମଲା ରୁଜୁ ହୋଇଥିଲା ।
ସୂଚନାଯାଗ୍ୟ ଯେ ଗତ ୯ ତାରିଖ ଅପରାହ୍ନରେ ନଦୀ ପଠାରେ ଡକାୟତି ପାଇଁ ଏହିି ୬ ଜଣିଆ ଗ୍ୟାଙ୍ଗ୍ ଯୋଜନା ଚଳାଇଥିବା ସଂପର୍କରେ ପୂର୍ବ ସୂଚନା ପାଇ ସ୍ପେସାଲ ସ୍ୱାଡ୍ ଇନ୍ସପେକ୍ଟର ସଂଜୀବ ସତପଥୀଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଅତର୍କିତ ଚଢ଼ଉ କରିଥିଲା । ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟରେ ଲିପୁ ଓ ହରି ପୁଲିସ ଗୁଳିରେ ଆହତ ହୋଇ ଗିରଫ ହୋଇଥିବା ବେଳେ ଅନ୍ୟମାନେ କିନ୍ତୁ ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେହିପରି ଅପରାଧୀଙ୍କ ପାଲଟା ଆକ୍ରମଣରେ ପୁଲିସ ବି ଆହତ ହୋଇଥିଲା। ହେଲେ ଏଯାଏ ସ୍ପେସାଲ ସ୍କ୍ଵାଡ୍ ଟିମ୍ ଫେରାର ଥିବା ଅନ୍ୟ ୪ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରି ନଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jail-4.jpg)