ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡା ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ଭିତରୁ ୫ ଜଣଙ୍କୁ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆହତମାନେ ହେଲେ ମଦନ ବାରିକ, ଶ୍ୟାମସୁନ୍ଦର ଗୁମାନ, ଯଦୁମଣି ମହାନ୍ତ, ଗେହ୍ଲାମୁଣ୍ଡାର ପଥୁ ମହାନ୍ତ, କୁନି ମହାନ୍ତ ଓ ସୁନାରାମ ମୁଣ୍ଡା। ଗୁମାନ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/742d218e-665b-43b8-ba45-50e5ced08052.jpg)