ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ ଥିବା ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଚମ୍ପୁଆ ବ୍ଲକରେ ଥିବା କାକିକା ପ୍ରସାଦ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ଏକ ଅଟୋରେ ଆସୁଥିବା ବେଳେ ହୁଞ୍ଜପଶି ଗ୍ରାମ ନିକଟରେ ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।
ଅଚାନକ ମହୁମାଛି ଆସି ଅଟୋରେ ପିଲାମାନଙ୍କୁ ଘେରିଯାଇ ଆକ୍ରମଣ କରିବା ପରେ ପିଲାମାନେ ଆହତ ହୋଇଥିଲେ। ଖବର ପାଇ ପିଲାମାନଙ୍କ ପରିବାର ଲୋକ ଚିକିତ୍ସା ପାଇଁ ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/12/zrV2JbyHIVjSaXB57gPg.jpg)