ବନ୍ଧୁକ ଦେଖାଇ ଦୋକାନରୁ ଟଙ୍କା ଓ ବାଇକ୍‌ ଲୁଟ୍‌

ଯୋଡ଼ା : କେନ୍ଦୁଝର ଜିଲ୍ଲା ପଶ୍ଚିମଯୋଡ଼ାସ୍ଥିତ ବୀଣାପାଣି ଷ୍ଟୋରରେ ଆଜି ରାତି ୯ଟା ବେଳେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା, ୬ଟି ମୋବାଇଲ୍‌ ସହ ୨ଟି ବାଇକ୍‌ ଲୁଟି ନେବା ଘଟଣା ଯୋଡା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ରାସ୍ତା ସିଲ୍‌ କରି ଧରପଗଡ ଚଳାଇଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ୯ଟା ବେଳେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ ଉକ୍ତ ଦୋକାନରେ ପଶି ଯାଇଥିଲେ। ଦୋକାନ ମାଲିକ ଅଭିଜିତ୍‌ ବୋଷ କିଛି ଜାଣିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଦୋକାନରୁ ୫୦ ହଜାର ଟଙ୍କା, ୬ଟି ମୋବାଇଲ୍‌ ଲୁଟି ନେଇଥିଲେ। ଗଲାବେଳେ ଦୁର୍ବୃତ୍ତମାନେ ଦୋକାନ ବାହାରେ ଥିବା ୨ଟି ବାଇକ୍‌ ମଧ୍ୟ ନେଇ ଯାଇଥିଲେ। ଲୁଟ୍‌ପାଟ୍‌ ବେଳେ ଦୋକାନରେ କିଛି ଗ୍ରାହକ ଉପସ୍ଥିତ ଥିବା ବେଳେ ସେମାନେ ବନ୍ଧୁକ ଭୟରେ ନିରବ ରହିଥିଲେ। ଏ ସଂପର୍କରେ ଦୋକାନ ମାଲିକ ଅଭିଜିତ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଧରପଗଡ ଚାଲିଛି।

ସମ୍ବନ୍ଧିତ ଖବର