ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳ ପ୍ରାୟ ୮ଟାରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରପଟୁ ରାଇସୁଆଁ ଅଭିମୁଖେ ଏକ ଟିଭିଏସ ବାଇକରେ ଜଣେ ବ୍ୟକ୍ତି ଯାଉଥିଲେ। ତେବେ ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସିଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ ସହିତ ଟ୍ରକ ସମ୍ମୁଖ ଭାଗରେ ଲାଖି ରହିଯାଇଥିଲେ। ଟ୍ରକ ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ଚଳାଇଥିଲେ। ଟ୍ରକରେ ବାଇକ୍ ସହିତ ଲୋକ ଜଣଙ୍କୁ ମଧ୍ୟ ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଘୋଷାରି ନେଇ ଥାନା ନିକଟରେ ଗାଡ଼ି ଅଟକାଇଥିଲେ। ଫଳରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଟ୍ରକ ଡ୍ରାଇଭର ଭୟରେ ଥାନା ଭିତରକୁ ଧାଇଁ ଚାଲିଯାଇଥିଲେ। ପୁଲିସ ଶବ ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଏଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

ସମ୍ବନ୍ଧିତ ଖବର