କେନ୍ଦୁଝର: ଶନିବାର ଭୋର୍ ପ୍ରାୟ ୫: ୩୦ ମିନିଟ୍ ସମୟରେ ସଦର ବ୍ଲକ୍ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ (ରିମୁଳି-ପାଣିକୋଇଲି ରାସ୍ତା) ପାର୍ଶ୍ୱସ୍ଥ ସଦର ଥାନା ସମ୍ମୁଖରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚଢ଼ି ଯିବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ମୃତବ୍ୟକ୍ତିଙ୍କର ପରିଚୟ ମିଳିନାହିଁ। ବାଇକ୍ ଚଳାଇ ସେ ରିମୁଳିରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ କୌଣସି ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚଢ଼ିଯିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଛି।
ପୁଲିସ ସେ ଅପରିଚିତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/keonjhar-crash.jpg)