ତେଲକୋଇ: ତେଲକୋଇ ବ୍ଲକ କୃଷ୍ଣପୁରଠାରେ ଆଜି ବ୍ଲକ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟଦଳର କର୍ମୀ ଓ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ। ତେଲକୋଇ ମଣ୍ଡଳ ବିଜେପି ସଭାପତି ପ୍ରମୋଦ କୁମାର ସାହୁ ବୈଠକରେ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ମାନସ କୁମାର ନାଏକ, ପ୍ରଫୁଲ୍ଲ ସାହୁ, ଲୋକନାଥ ପ୍ରଧାନ, ବିଜୟ କୁମାର ପ୍ରଧାନ, ମଧୁସୂଚନ ବାରିକ ପ୍ରମୁଖ ବିଜେପି କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ସୁଧାଂଶୁୁ ଶେଖର ନାୟକ, ମହେନ୍ଦ୍ର ବାରିକ, ପବିତ୍ର ନାୟକ, ଧରଣୀଧର ସାହୁ, ବାସୁଦେବ ମହାନ୍ତ, ତ୍ରିଲୋଚନ ପାତ୍ର, ଟୁକୁ ମହାନ୍ତ, ଯଦୁମଣି ସୋରେନ, ଆର୍ତ୍ତ ବାରିକ, ଜୟରାମ ବାରିକ, ମନୋରଂଜନ ମହାନ୍ତ, ଉଦୟଭାନୁ ନାୟକ, ଦଳେଇ ନାଏକ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ।
ତେଲକୋଇରେ ବିଜେପିର ମିଶ୍ରଣ ପର୍ବ
/sambad/media/post_attachments/wp-content/uploads/2018/01/keo19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)