କେନ୍ଦୁଝର: ରବିବାର ସକାଳେ ୨୦ ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ ଥିବା ମ୍ୟୁନିସପାଲିଟି ନର୍ଦ୍ଦମାରୁ ଏକ ଶବ ଉଦ୍ଧାର କରାଯାଇଛି। ତାହା ପିଡବ୍ଲୁଡି କ୍ୟାସିୟର୍ ଲକ୍ଷ୍ମୀଧର ମାଝୀଙ୍କର ବୋଲି ଜଣାପଡ଼ିଛି। OR09G5437 ନମ୍ବର ବିଶିଷ୍ଟ ତାଙ୍କ ହିରୋହଣ୍ଡା ସ୍ପ୍ଲେଣ୍ଡର୍ ମୋଟରସାଇକେଲଟି ମଧ୍ୟ ରାସ୍ତା କଡ଼ରେ ରଖାଯାଇଛି।
ସ୍ଥାନୀୟ ଲୋକେ ଶବ ଦେଖି ଖବର ଦେବା ପରେ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BlueStacks_ScreenShot.jpg-1.jpg)