ଟ୍ରାକ୍ଟର ଚାପାରେ ନାବାଳକ ମୃତ, ଚାଳକ ଗିରଫ

ପାଟଣା: ପାଟଣା ଥାନା ବେଲସରେଇ ଗ୍ରାମରେ ଟ୍ରାକ୍ଟର ଚାପାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ସୋରେନ ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା (୬)। ସାଗର ଟ୍ରାକ୍ଟରରେ ବସିଥିଲେ। ଚାଳକ ସଦାନନ୍ଦ ମହାନ୍ତ ଟ୍ରାକ୍ଟର ଷ୍ଟାର୍ଟ କରି ଆଗକୁ ବଢ଼ିବା ବେ‌ଳେ ସାଗର ତଳକୁ ଡେଇଁ ପଡ଼ିଥିଲେ। ଟ୍ରାକ୍ଟରର ପଛ ଚକ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଡ୍ରାଇଭର ସଦାନନ୍ଦକୁ ଗିରଫ କରିଛି। ଉକ୍ତ ଟ୍ରାକ୍ଟରକୁ ଜବତ କରାଯାଇଛି ବୋଲି ଥାନାଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର