ହରିଚନ୍ଦନପୁର: ବୋଲେରୋ ଧକ୍କାରେ ଶଳା-ଭିଣୋଇ ମୃତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡା ନିକଟରେ ଆଜି ସକାଳ ସାଢେ ୭ଟା ବେଳେ ଏକ ବୋଲେରୋ ଧକ୍କାରେ ଶଳା-ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଶିବ ମହାକୁଡ଼ (୩୬) ଓ ତାଙ୍କ ଶାଳକ କାଳିଆ ମହାକୁଡ (୨୬)। ଦୁହେଁ ଚାଲିଚାଲି ଯାଉଥିଲା ବେଳେ ବୋଲେରୋଟି ସେମାନଙ୍କ ଉପରେ ଚଢ଼ିଯାଇ ରାସ୍ତା ତଳକୁ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଏ ନେଇ ନରଣପୁର-ଡୁବୁରି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର