୪୯ ନଂ ଜାତୀୟ ରାଜପଥରେ ଓଲଟିଲା ବସ୍: ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ତେଲକୋଇ: ୪୯ ନଂ ଜାତୀୟ ରାଜପଥରେ ଏକ ବସ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା।

0

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ଆଜି ସକାଳ ସାଢ଼େ ୯ଟା ସମୟରେ ଓଆର୍ ୦୯ ଏମ୍ ୫୮୮୫) ନଂ ଅମ୍ବା ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ବସଟି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାମ ଡୁଲିଆ ଅଞ୍ଚଳରୁ ପ୍ରତିଦିନ କେନ୍ଦୁଝର ଯିବା ଆସିବା କରୁଛି। ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସ ପହଞ୍ଚି ତଦନ୍ତ କରୁଥିବା  ଜଣାଯାଇଛି।

ସମ୍ବନ୍ଧିତ ଖବର