ପାଳଲହଡ଼ାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ମହିଳା ଯାତ୍ରୀଙ୍କ ମୃତ୍ୟୁ, ୧୫ ହସ୍ପିଟାଲରେ ଭର୍ତ୍ତି

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର-୪୯ରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଙ୍କଦର ନିକଟସ୍ଥ ମୁକ୍ତାପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଗୁଳରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଯାଉଥିବା ଏକ ଘରୋଇ ଯାତ୍ରୀ ବସ ‘କାଳିଆ ରାଜା ଓଆର୧୯ଏଫ୍‌ ୪୭୫୨’କୁ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଓଡି୦୯ଜେ ୫୯୨୧) ଶକ୍ତ ଧକ୍କା ଦେଇଥିଲା।

ରିପୋର୍ଟ ଅନୁସାରେ ଘଟଣାସ୍ଥଳରେ ହିଁ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସର ହେଲ୍‌ପର ଓ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ କିଛି କଲେଜ ଛାତ୍ର-ଛାତ୍ରୀ ଥିବା ଜଣାପଡ଼ିଛି। ପୁଲିସ ସୂଚନା ପାଇଁ ବସ ଓ ଟ୍ରକ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର