ତେଲକୋଇ: ପ୍ରଥମ ସୁଯୋଗରେ ନିଳୀମା କୁମାରୀ ନାୟକ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କିରାଣୀ ଚାକିରୀରୁ ଓଏଏସ ବନିଛନ୍ତି। ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁ ଏଭଳି ସଫଳତା ପାଇଥିବା କହିଛନ୍ତି। ୩୭୫ ନଂ ରାଜ୍ୟ କ୍ରମିକ ସ୍ଥାନରେ ସେ ରହିଛନ୍ତି। କେନ୍ଦୁଝରଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ନିକଟସ୍ଥ ନୂଆଗାଁ ତାଙ୍କ ଜନ୍ମସ୍ଥାନ। ବାପା ମାୟାଧର ନାୟକ ଜଣେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଓ ମାତା ହିରାମଣି ନାୟକ ମେଟ୍ରୋନ ଭାବେ କାର୍ଯ୍ୟରତ।
ନିଳୀମା ଦେଢ଼ ବର୍ଷ ହେଲାଣି ତେଲକୋଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କନିଷ୍ଠ ସହକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମହିଳାଙ୍କ ବହୁମୁଖୀ ବିକାଶ ଓ ସମାଜର ନିଷ୍ପେସିତ ଗରିବ ଲୋକଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍ କରିବା ସହିତ ଶିକ୍ଷାକୁ ଗୁରୁତ୍ଵ ଦେବେ ବୋଲି ସେ ସମ୍ବାଦକୁ କହିଛନ୍ତି। ଆଜି ନିଳୀମା ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ଖବର ପାଇବା ପରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଇଦା, ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ,ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ନିଳୀମାଙ୍କ ସଫଳ ଯାତ୍ରା: ପ୍ରଥମ ସୁଯୋଗରେ କିରାଣୀରୁ ବନିଲେ ଓଏଏସ୍
ପ୍ରଥମ ସୁଯୋଗରେ ନିଳୀମା କୁମାରୀ ନାୟକ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କିରାଣୀ ଚାକିରୀରୁ ଓଏଏସ ବନିଛନ୍ତି। ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁ ଏଭଳି ସଫଳତା ପାଇଥିବା କହିଛନ୍ତି।
/sambad/media/media_files/2025/09/26/new-project-21-2025-09-26-20-43-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)