ଡାକ୍ତରଖାନା ଚାବି ନେଇ ଠିକାଦାର ଛୁ

ତେଲକୋଇ: ତେଲକୋଇ ବ୍ଲକର ଉପାନ୍ତ ଅଞ୍ଚଳ କରଦାଙ୍ଗିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏବେ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ହେଲାବେଳକୁ ଡାକ୍ତରଖାନା ଚାବି ନାହିଁ। ଠିକାଦାର ଚାବି ନେଇ ପଳେଇଛି। ଫଳରେ ହୋମିଓପ୍ୟାଥିକ କେନ୍ଦ୍ରରେ କର୍ମଚାରୀମାନେ ରୋଗୀସେବା କରୁଛନ୍ତି।
ସୂଚନାଯୋଗ୍ୟ ଗତ ୧୯ ତାରିଖ ସମ୍ବାଦରେ ‘ଡାକ୍ତରଖାନା ଅଛି, ସ୍ବାସ୍ଥ୍ୟସେବା ମିଳୁନି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଏଠାରେ ଦୁଇ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଚାବି ନଥିବାରୁ ବନ୍ଦ ପଡ଼ିଥିବା ହୋମିଓପ୍ୟାଥିକ ଡାକ୍ତରଖାନା ଖୋଲାଯାଇ ସେଠାରେ ରୋଗୀସେବା କରାଯାଉଛି। ନିଯୁକ୍ତି ପାଇଥିବା ଜଣେ ଫାର୍ମାସିଷ୍ଟ ଓ ଜଣେ ଆଟେଣ୍ଡାଣ୍ଟ ସ୍ଥାନୀୟ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତରଖାନା ଚାବି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
କିଛି ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ରୋଗୀ ଆସୁଥିବା ବେଳେ ସ୍ବାସ୍ଥ୍ୟସେବା ବି ଠିକ୍‌ଠାକ୍‌ ଚାଲିଥିବା ଦେଖିବାକୁ ମିଳୁଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଖୁବ ଶୀଘ୍ର ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର