ବିଦ୍ୟୁତ୍‌ଘାତରେ ଦମ୍ପତିଙ୍କ ମୃତ୍ୟୁ; ଅଳ୍ପକେ ବଞ୍ଚଲା ଝିଅ

ଯୋଡ଼ା: ଯୋଡ଼ା ଥାନା ଅଁସେଇକଳା ପଂଚାୟତ ଜାମୁକୁଣ୍ଡିଆରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି । ମାତ୍ର ମୃତ୍ୟୁ ମୁଖରୁ ୫ ବର୍ଷର ଝିଅ ଆରନୀ ଅଳ୍ପକେ ବର୍ତ୍ତିଯାଇଛି । ସକ୍ ଲାଗି ଆରନୀ ଆହତ ହୋଇଥିବା ଜଣାପଡିଛି। । ମୃତ ଦମ୍ପତ୍ତି ହେଲେ ମାନ୍ଦୁରୁ ମୁଣ୍ଡା (୪୨) ଓ ରାଇମଣୀ ମୁଣ୍ଡା (୩୫) । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଜ।ମୁକୁଣ୍ଡିଆ ହାଟରୁ ଦମ୍ପତି ଓ ତାଙ୍କର ଝିଅ ଘରକୁ ଫେରିଥିଲେ । ରାତ୍ର ପ୍ରାୟ ସାଢେ଼ ୮ ଟ। ସମୟରେ କବାଟ ଖୋଲି ପଶିଲା ବେଳକୁ କବାଟରେ ଝୁଲୁଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ଦମ୍ପତ୍ତି ଟଳି ପଡ଼ି ସେଠାରେ ତାଙ୍କର ମୃତୁ ଘଟିଥିଲା । ଝିଅଟି ଅଳ୍ପକେ ବଞ୍ଚିଯାଇଥିଲା । ଯୋଡ଼ା ପୁଲିସ ଆଜି ସକାଳୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର