ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଳକ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ଆଜି ଭୋର ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ଜବତ ହୋଇଛି। ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବିଞ୍ଝବାହାଳ ଗ୍ରାମରୁ ବେଆଇନ ଗୋରୁ ବୋଝେଇ ପିକ୍ ଗାଡି ସହିତ ୧୦ ଗୋରୁ ଜବତ ହୋଇଛନ୍ତି। ଏହି ଘଟଣାରେ ଗାଡ଼ି  ଚାଳକଙ୍କୁ ଗିରଫ କରାଯାଇଛି।

ଭୋର ପ୍ରାୟ ୪ଟା ବେଳେ ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ୩ଟି ବେଆଇନ ଗୋରୁ ବୋଝେଇ ଗାଡି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳକୁ ଯାଉଥିଲା। ଖବର ପାଇ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୋଟିଏ ଗାଡି,୧୦ ଗୋରୁକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର