ଆନନ୍ଦପୁର : ମାତ୍ର ୫ଟଙ୍କା ପାଇଁ ଜଣେ ଗ୍ରାହକଙ୍କୁ ଅତି ଅମାନୁଷିକ ଭାବେ ବିଚ୍ ରାସ୍ତାରେ ମାଡ଼ ମାରିବା ଘଟଣାରେ ଘସିପୁରା ମା’ ହୋଟେଲ୍ ମାଲିକ ମଧୁସୂଦନ ସାହୁଙ୍କୁ ପୁଲିସ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି ମା’ ହୋଟେଲକୁ ନିକଟସ୍ଥ ପୋଡ଼ାଖମଣର ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ। ଖାଇବା ପରେ ୪୫ ଟଙ୍କା ବଦଳରେ ୪୦ ଟଙ୍କା ଦେଇଥିଲେ। ବାକି ୫ଟଙ୍କା ସନ୍ଧ୍ୟାରେ ଦେବେ ବୋଲି କହିଥିଲେ। ଏହାକୁ କେନ୍ଦ୍ରକରି ହୋଟେଲ ମାଲିକ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମଧୁସୂଦନ ଏବଂ ତାଙ୍କ ପୁଅ ମିଶି ଜିତେନ୍ଦ୍ରଙ୍କୁ ରାସ୍ତାରେ ଗଡ଼ାଇତଡ଼ାଇ ମାଡ଼ ମାରିଥିଲେ। ଏହି ସମୟର ଭିଡିଓ ଭାଇରାଲ ହୋଇଥିଲା।
ଜିତେନ୍ଦ୍ର ଏନେଇ ଘସିପୁରା ଥାନାରେ ଅଭିଯୋଗ କରିବା ପରେ ଗତକାଲି ସନ୍ଧ୍ୟାରେ ପୁଲିସ ହୋଟେଲ୍ ମାଲିକ ମଧୁସୂଦନଙ୍କୁ ଉଠାଇ ନେଇଥିଲା। ଆକ୍ରମଣ ଓ ଜାତିଆଣ ଆକ୍ଷେପ ମାମଲାରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଆନନ୍ଦପୁର ଏସ୍ଡିପିଓ ଅନିଲ କୁମାର ବେଉରିଆ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ANA.jpg)