କେନ୍ଦୁଝର: କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ନେଲୁଙ୍ଗ ସରଂକ୍ଷତ ଜଙ୍ଗଲ ନିକଟରେ ଥିବା ଏକ ଧାନ ବିଲରେ ଏକ ମୃତ ପୁରୁଷ ଭାଲୁ ପଡ଼ିଥିବାର ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଜବତ କରି ଥିଲେ।
ଘଟଣାଟି ଆଜି ଭୋର୍ ସକାଳେ ଭାଲୁର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଭାଲୁର ବୟସ ପାଖାପାଖି ପନ୍ଦର ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ। ଭାଲୁଟିକୁ ଦେଖିବା ପାଇଁ ଛୋଟ ପିଲା ଓ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/bear-nabarangapur.jpg)