ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଆଜି ଅପରାହ୍ଣରେ କେନ୍ଦୁଝରଜିଲ୍ଲା ଘଟଗାଁରୁ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ଲଗାଇ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ସିମେଣ୍ଟ ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ।
ଏହି ହତ୍ୟାକାଣ୍ଡ ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖ ଠାରୁ ଡ୍ୟୁଟି ଆସିଥିଲେ। ଗତ ୭ତାରିଖ ଠାରୁ ନିଖୋଜ ନେଇ ଅଭିଯୋଗ କ୍ୟାପିଟାଲ ତାନାରେ ହୋଇଥିଲା। ଅଭିଯୋଗ ପରେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେ ଶେଷରେ ଦୀପକଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କ ଉପରେ ନଜର ରହିଥିଲା। ଏହା ପରେ ଦୀପକଙ୍କ ଉପରେ ସନ୍ଦେହ ରହିଥିଲା। ସବୁ ତଥ୍ୟ ପ୍ରମାଣ ପରେ ଦୀପକ ରାଉତକୁ ଗିରଫ କରାଯାଇଛି। ହତ୍ୟା କରିବା ପରେ ନିଜେ କିମ୍ବା ସହଯୋଗୀଙ୍କ ସାହାଯ୍ୟରେ ମୃତଦେହକୁ ଡ଼ିସପୋଜ କରିଥିବା ସୂଚନା ରହିଛି।
ପୁଲିସ କମିସନର କହିଛନ୍ତି, ପୂର୍ବରୁ ଦୀପକ ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କ ଠାରୁ ନେଇଥିଲେ। ଏହି ପଇସା ଫେରାଇବାକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସାକୁ ନେଇ ତାଙ୍କୁ ହତ୍ୟା କରାଯାଉଥିବା ପୁଲିସ ସନ୍ଦେହ କରୁଛି। ସେହିପରି ଶୁଭମିତାଙ୍କ ନାମରେ ୧ କୋଟି ଟଙ୍କାର ବୀମା ରହିଛି। ସେହି ଟଙ୍କା ହଡ଼ପ କରିବାକୁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ତଦନ୍ତ ଜାରି ରହିଛି। ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ଦିଆଯିବ।
ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା। ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝରI ହତ୍ୟାରେ ବ୍ୟବହୃତ କାର ଜବତ କରି ଖୋଳତାଡ଼ ଆରମ୍ଭ କରୁଛି କ୍ୟାପିଟାଲ ଥାନା ପୁଲିସ୍I ଅଭିଯୁକ୍ତ ଗିରଫ ହୋଇଛି।
Keonjhar | Crime