ତେଲକୋଇରେ ଅଜଣା ଗଳିତ ଶବ ଉଦ୍ଧାର: ପୁଲିସ ତଦନ୍ତ ଆରମ୍ଭ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ତାଳଚେର ରାସ୍ତାର ଶିରିଗିଡା ପଞ୍ଚାୟତ କାଳିମା ଗ୍ରାମ ଓ ଆକୁଳ ଗ୍ରାମ ମଧ୍ୟ ଭାଗରେ ଥିବା ଘୁରୁଡିଆ ପୋଲ ନିକଟରେ ଏକ ଅଜଣା ଗଳିତ ଶବ ପଡ଼ିରହିଛି। ଗତକାଲି ଅପରାହ୍ନରେ ସ୍ଥାନୀୟ କାଳିମା ଗ୍ରାମର ଜଣେ ଯୁବକ ଉକ୍ତ ନାଳରେ ଗାଧୋଉଥିବା ବେଳେ ଚପଲ ଭାସି ଯାଇଥିଲା। ଫଳରେ ସେ ଚପଲ ପାଇଁ ଯାଇଥିଲେ। ଏବଂ ପୋଲ ନିକଟରେ ଏକ ବୁଦା ଉହାଡ଼ରେ ଅଜଣା ଗଳିତ ଶବ ପଡି ରହିଥିବା ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ପ୍ରଘଟ ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ଗଳିତ ଶବଟି ସେହି ସ୍ଥାନରେ ପଡ଼ିରହି ଦୁର୍ଗନ୍ଧ ହେଉଥିବା ଜଣାପଡିଛି। ତେବେ ଶଵଟିର କୌଣସି ପରିଚୟ ମିଳିପାରିନାହିଁ। କିଛି ଦିନ ତଳେ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର