ବଡ଼ବିଲ: ମାଛ ଧରିବା ହେଲା କାଳ। ମାଛ ଧରିବାକୁ ଯାଇ କାରୋନଦୀରେ ବୁଡି ଜଣେ ଯୁବକ ଗତ ୧୮ ତାରିଖରେ ମୃତ୍ୟୁ ହୋଇଥିବାବେଳେ, ଆଜି ୪ ଦିନପରେ ଯୁବକର ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ବଡ଼ବିଲ ପୁଲିସକୁ ଖବର ଦେବାପରେ ଅଗ୍ନିଶମ ବିଭାଗର ସହଯୋଗରେ ମୃତଦେହ ଉଦ୍ଧାର କରାଯାଇଥିଲା।
ପୂର୍ବ ସୂଚନା ଅନୁଯାୟୀ ଗତ ୧୮ ତାରିଖ ଅପରାହ୍ନ ୪ ଘଟିକା ସମୟରେ, ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମର ଦୁଲୁ ମୁଣ୍ଡା(୪୦ବର୍ଷ)ତାର ୫ ଜଣ ସହଯୋଗୀଙ୍କ ସହ ନିକଟସ୍ଥ କାରୋନଦୀକୁ ମାଛଧରିବାକୁ ଯାଇଥିଲେ। ହେଲେ ମାଛଧରିବା ସମୟରେ କରୋନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ସାଥି ସହଯୋଗୀ ମାନେ ଆସି ଦୁଲୁର ପରିବାର ଲୋକଙ୍କୁ ଖବର ଦେଇଥିଲେହେଁ, ଅଗ୍ନିଶମ ବିଭାଗର ସହଯୋଗରେ ଅନେକ ଖୋଜାଖୋଜି କରିଥିଲେହେଁ ଦୁଲୁର କୌଣସି ପତ୍ତା ପାଇପାରିନଥିଲେ। ଆଜି ଉକ୍ତ ସ୍ଥାନରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ, ଅଗ୍ନିଶମ ବିଭାଗର ସହଯୋଗରେ ଆଜି ଦୁଲୁର ମୃତଦେହ ଉଦ୍ଧାରକରି ଥିବା ଜଣାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁକରି ଶବ ବ୍ୟବଚ୍ଛେଦ କରାଇଥିବା ଥାନାଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/ce3eafd8-66ac-485f-bbc3-fbd403f0401a.jpeg)