ଚମ୍ପେଇନେଉଳ ପଡିଥିବା ଖାଦ୍ୟ ଖାଇ ସ୍ୱାମୀ ମୃତ

ଧର୍ମଶାଳା/କଣ୍ଟିଗଡିଆ: ଚମ୍ପେଇ ନେଉଳ ପଡ଼ିଥିବା ଖାଦ୍ୟ ଖାଇ ସ୍ବାମୀର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଏବଂ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗ୍ରାମର କୃଷ୍ଣଚନ୍ଦ୍ର ପରିଡା(୫୬) ଚମ୍ପେଇନେଉଳ ପଡିଥିବା ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁବରଣ କରିଛନ୍ତି । ସେହିପରି ତାଙ୍କ ପତ୍ନୀ ସାବିତ୍ରୀ (୫୨) ଓ ପୁଅ ରାଜେନ୍ଦ୍ର (୨୪) ଏହି ଖାଦ୍ୟ ଖାଇ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରକାଶ ଯେ ବୁଧବାର ରାତିରେ କୃଷ୍ଣଚନ୍ଦ୍ରଙ୍କ ଘରେ ରୋଷେଇ ହୋଇଥିବା ତରକାରିରେ ଚମ୍ପେଇନେଉଳ ପଡିଯାଇଥିଲା । ପରିବାର ଲୋକେ ଜାଣି ନପାରି ଏହି ବିଷାକ୍ତ ଖାଦ୍ୟ ଖାଇଥିଲେ। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ସାବିତ୍ରୀ ଓ ପୁଅ ରାଜେନ୍ଦ୍ର ଗୁରୁତର ହୋଇପଡିଥିଲେ । ଗୁରୁତର ଅସୁସ୍ଥଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର