ବାପାଙ୍କୁ ହତ୍ୟା କରିବାର ୮ ବର୍ଷ ପରେ ସମାନ ଢଙ୍ଗରେ ଇଟାରେ ଛେଚି ମାଆକୁ ମାରିଲା ପୁଅ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ମା’କୁ ଇଟାରେ ଛେଚି ହତ୍ୟା କଲା ନିଜ ଜନ୍ମିତ ପୁଅ । ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ବଡ଼ବିଲ ପୌରାଂଚଳ ୨ନମ୍ବର ୱାର୍ଡ଼ରେ । ମଦ ପିଇ ୫୫ ବର୍ଷୀୟା ମା’ସୋମବାରୀ ମୁଣ୍ଡାଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ହତ୍ୟା ପରେ ପୁଅ କିଶୋର ମୁଣ୍ଡାଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ରଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଡ଼ବିଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହା ପୂର୍ବରୁ ୨୦୧୨ରେ ସମାନ ଢଙ୍ଗରେ ବାପାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ପୁଅ ।

ସମ୍ବନ୍ଧିତ ଖବର