ଯୋଡା: ଯୋଡା ଥାନା ବାଂଶପାଣି ନିକଟସ୍ଥ ଗୁରୁବେଡା ରାସ୍ତାରେ ଆଜି ଅପରାହ୍ନ ସାଢେ ୪ଟାରେ ଏକ ଡମ୍ପର (ଓଆର୦୯ଏଚ୍-୬୫୯୬) ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ର ପରେଶ ଖୁଣ୍ଟିଆ (୧୫)ଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲ ଉଲିବୁରୁରୁ ଜୁରୁଡି ଏସେଲ୍ ମାଇନିଂ କଲୋନି ଅଭିମୁଖେ ଏକ ପଲ୍ସର ବାଇକ୍ ଯୋଗେ ମୃତ ପରେଶ ତାଙ୍କ ମାମୁଁ ଝୁଲୁ ପଲେଇଙ୍କ ସହିତ ଫେରୁଥିବା ବେଳେ ପଛପଟୁ ଡମ୍ପରଟି ଧକ୍କା ଦେଇ ବାଇକ୍ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ପରେଶଙ୍କର ମୃତ୍ୟୁ ଘଟିଥିବା ବେଳେ ଝୁଲୁ ଗୁରୁତର ଆହତ ହୋଇଥିଲେ। ଝୁଲୁଙ୍କୁ ଚିକିତ୍ସା ପାଇଁ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ମୃତ ପରେଶ ଓ ତାଙ୍କ ମାମୁଁ ଝୁଲୁ ପଲେଇ ପଲ୍ସର ବାଇକ୍ରେ ଜୁରୁଡିସ୍ଥିତ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନଙ୍କ ପଛରେ ପରେଶଙ୍କ ବାପା, ମାଆ ଓ ଭାଇ ଅନ୍ୟ ଏକ ବାଇକ୍ରେ ଆସୁଥିଲେ। ବାଟରେ ପୁଅର ଅକାଳ ମୃତ୍ୟୁ ହୋଇଥିବା ଦେଖି ସମସ୍ତେ ହତବାକ୍ ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତାରେ ପ୍ରତିଦିନ ଡମ୍ପର ଚାଳକମାନେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।
ଡମ୍ପର ଧକ୍କାରେ ଭଣଜା ମୃତ; ମାମୁଁ ଗୁରୁତର
/sambad/media/post_attachments/wp-content/uploads/2018/01/acci-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)