ପୋଲ ତଳକୁ ଖସିଲା ଡମ୍ପର

ଯୋଡ଼ା : ବାମେବାରୀ ଥାନା ନୟାଗଡ଼ଠାରେ ଥିବା ବୈତରଣୀ ନଦୀ ପୋଲ ଉପରୁ ୩୦ ଫୁଟ ତଳକୁ ଏକ ଡମ୍ପର ଖସି ପଡ଼ିଛି। ଏଥିରେ ଚାଳକ ଆହତ ହୋଇଛନ୍ତି। ଡମ୍ପରଟିକୁ ଏକ କ୍ରେନ ଉଠାଇବା ପାଇଁ ଉଦ୍ୟମ କରାଯାଇଥିଲା ମାତ୍ର କ୍ରେନଟି ମଧ୍ୟ ଓଲଟି ପଡ଼ିଥିଲା। ଗତକାଲି ସନ୍ଧ୍ୟାବେଳେ ଦୁର୍ଘଟଣାଗ୍ରସ୍ତ ଏକ ଡମ୍ପରକୁ କ୍ରେନ ପଛଆଡେ ବାନ୍ଧି ନେବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା। ଏଠାରେ ଥିବା ପୋଲର ଦୁଇ ପାର୍ଶ୍ଵରେ କୌଣସି ସୁରକ୍ଷା ବାଡ଼ ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅନେକ ସମୟରେ ବହୁ ଗାଡ଼ି ପୋଲ ତଳକୁ ଖସି ପଡୁଛନ୍ତି।

ସମ୍ବନ୍ଧିତ ଖବର