ହାଟଡିହି: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ହଦଗଡ଼ ହସ୍ତୀ ଅଭୟାରଣ୍ୟର ମଶାଖିଆ ରାସ୍ତାରେ ଗତକାଲି ଅପରାହ୍ଣରେ ଏକ ଦନ୍ତାହାତୀ ନୂଆରଗୁଡ଼ି, ପଢ଼ଆରିପଲ୍ଲୀ, ଦନେଇପୁର, ବାଘୁଆ ଦେଇ ସୋସୋ ଆମ୍ବତୋଟାକୁ ଆସିଛି। ଦନ୍ତାଟି ଗତକାଲି ବାଘୁଆ ଆମ୍ବତୋଟାରେ ଥିଲା। ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ।
ପ୍ରତିବର୍ଷ ମାର୍ଚ୍ଚରୁ ହାତୀପଲ ଏଠାକୁ ଆସିଥାନ୍ତି। ତୋଟାରେ ରହି ଆମ୍ବ, ପଣସ ଖାଇବା ସହ ଗଛ ଭାଙ୍ଗି ନଷ୍ଟ କରୁଛନ୍ତି। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଥିବା ରେଞ୍ଜର ମାର୍ଶାଲ କିସ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/308ad7a7-071b-4aac-a257-1ae611530317.jpeg)
