ଯୋଡ଼ା: ଚମ୍ପୁଆ ରେଞ୍ଜ୍ ଅଂଚଳରେ ହାତୀ ଆତଙ୍କ। ଏହି ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ହେଲେ, କୋହ୍ଲ ହୁଣ୍ଡୁଳା ଗାଁର ବାଲମା ମୁଣ୍ଡା । ଆଜି ସକାଳେ ସେ ଶୌଚ ହେବାଜୁ ଯାଇଥିବା ବେକେ, ଏକ ଗୋଠଛଡା ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତାଙ୍କର ଏକ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ବନ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲକୁ ନେଇଥିଲେ, ତେବେ ପରେ ତାଙ୍କୁ ଚମ୍ପୁଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଗତକାଲି ବିଳମ୍ବିତ ରାତିରେ ଯୋଡ଼ା ସହର ଭିତରକୁ ଏକ ଗୋଠଛଡା ଦନ୍ତା ପଶିଆସିଥିଲା, ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀଟି ଯୋଡ଼ା ଇଷ୍ଟ ଟାଟା ଷ୍ଟିଲ କଲୋନୀ ନିକଟକୁ ଆସି ବିଚରଣ କରୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗକୁ ନାକେଦମ୍ ହେବାକୁ ପଡୁଛି। ତଥାପି ହାତୀ ଆତଙ୍କ ଥମିବାର ନା ନେଉନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/istockphoto-1219745751-612x612-1.jpg)