ଘରର କବାଟ ଭାଙ୍ଗିଲା ହାତୀ

ଜଗମୋହନପୁର : ତେଲକୋଇ ବ୍ଲକ୍‌ ଜଗମୋହନପୁର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଦନ୍ତାହାତୀ ପାଇଁ ଲୋକେ ତ୍ରାହିତ୍ରାହି ଡାକିଲେଣି। ଗତକାଲି ରାତି ପ୍ରାୟ ସାଢ଼େ ୨ଟାବେଳେ ଜଗମୋହନପୁର ପଞ୍ଚାୟତ ଶିଙ୍କୁଳବାହାଳ ଗ୍ରାମର ନନ୍ଦକିଶୋର ନାୟକଙ୍କ ଘରର କବାଟ ଭାଙ୍ଗିଛି ଦନ୍ତା। ନନ୍ଦକିଶୋରଙ୍କ ଘର ଅଗଣାରେ ଥିବା କଦଳୀ ଗଛ ଖାଇବାକୁ ହାତୀଟି ପଳାଇ ଆସିଥିଲା। ବାଡ଼ ଭାଙ୍ଗିବାର ଶବ୍ଦ ଶୁଣି ପରିବାର ଲୋକେ ପଡ଼ୋଶୀଙ୍କୁ ଫୋନ୍‌ କରି ଖବର ଦେଇଥିଲେ। ପରେ ହାତୀଟି ଘରର କବାଟ ଭାଙ୍ଗି ଦେଇଥିଲା। ହାତୀ ଦେହରେ ତାଜା ଲାଗିବାରୁ ସେ ଘରେ ପଶି ପାରିନଥିଲା। ନନ୍ଦକି‌ଶୋରଙ୍କ ପତ୍ନୀ ପିଲାଛୁଆଙ୍କୁ ଖ‌ଟତଳେ ପୂରାଇ ଚିତ୍କାର କରିଥିଲେ। ତାଙ୍କ ପାଟିଶୁଣି ପଡ଼ୋଶୀ ପହଞ୍ଚି ଯାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସି ବାଣ ଫୁଟାଇ ହାତୀ ଘଉଡ଼ାଇଥିଲେ।

ସମ୍ବନ୍ଧିତ ଖବର