ଚମ୍ପୁଆ : ଉଦ୍ଧାରହେଲେ କେନାଲରେ ଖସିପଡ଼ିଥିବା ୨ ହାତୀଛୁଆ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ କେନାଲରେ ମଙ୍ଗଳବାରଦିନ ଖସିପଡ଼ିଥିବା ୨ଟି ହାତୀଛୁଆଙ୍କୁ ଆଜି ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏକ ୨୨ ଟିକିଆ ହାତୀପଲ ମଙ୍ଗଳବାର ରାତିରେ ଜାମୁଦଲକରୁ ମଙ୍ଗଳପୁର ଆଡକୁ ଆସୁଥିଲେ । ଏହି ହାତୀପଲରେ ଥିବା ଦୁଇଟି ହାତୀଛୁଆ କାନପୁର ଜଳସେଚନ ପ୍ରକଳ୍ପ ପାଇଁ ନିର୍ମିତ କଂକ୍ରିଟ୍ କେନାଲରେ ଖସି ପଡିବା ପରେ ଆଉ ଉଠିପାରିନଥିଲେ । ସେପଟେ ହାତୀ ଛୁଆଙ୍କୁ ଜଗି ରହିଥିଲେ ମାଆ ହାତୀ । ହାତୀମାନେ ଯେତେ ଉଦ୍ୟମ କଲେ ବି ଖାଲ ଭିତରୁ ହାତୀଛୁଆଦୁଇଟି ବାହାରି ପାରିନଥିଲେ ।

ପରେ ଖବର ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା ।  ଜେସିବି ମେସିନ୍ ମଗାଇ କଂକ୍ରିଟ୍ କେନାଲ ଖୋଳି ମାଟି ପକାଇବା ପରେ ହାତୀ ଛୁଆଟି କେନାଲର ଖାଲରୁ ବାହାରି ମାଆ ହାତୀଙ୍କ ସହିତ ଜଙ୍ଗଲ ଆଡକୁ ଚାଲି ଯାଇଥିଲା । ହାତୀ ଚଲାପଥରେ କଂକ୍ରିଟ୍ କେନାଲ ତିଆରି ହୋଇଥିବାରୁ ଏହିପରି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର