ଦେଓବନ୍ଧ ଜଙ୍ଗଲରେ ୧୨ ଟିକିଆ ହାତୀପଲ

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ବିଟ୍ ଦେଓବନ୍ଧ ଗାଁ ନିକସ୍ଥ ଜଙ୍ଗଲରେ ଗତରାତିରେ ୧୨ ଟିକିଆ ହାତୀ ପଲ ପଶି ଆସି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି। ବିଳମ୍ବିତ଼ ରାତିରେ ଗାଁ ଚାରିପାଖରେ ଥିବା ଚାଷ ଜମିରେ ହୋଇଥିବା ଧାନ ଫସଲ ଖାଇବା ସହ ଦଳି ଚ଼କଟି ଦେଇଛନ୍ତି । ତ଼େବେ ବହୁ କଷ୍ଟରେ ଚାଷୀମାନେ ଚାଷ କରିଥିଲେ। ଅମଳ ସମୟରେ ହାତୀ ଦାଉରୁ ଫସଲକୁ ବଞ୍ଚାଇବା ପାଇଁ ରାତି ଉଜାଗର ରହି ଫସଲକୁ ଜଗିରହି ଥିଲେ। ପୂର୍ବରୁ ଏହି ହାତୀ ପଲ ଜାଡିଚାତର, ବେଲଦା,ଟାଙ୍ଗରାଣୀ ଅଞ୍ଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ। ଚ଼ାଷୀମାନେ ହାତୀ ଭୟରେ ଅଧା ପାଚିଲା ଧାନ କାଟି ଦେଇଥିଲେ। ହାତୀ ପଲ କଟା ହୋଇଥିବା ଧାନଗଦାରୁ ଧାନ କଳେଇ ନେଇ ଜଙ୍ଗଲରେ ଖାଇ ପଳାଇଥିଲେ । ଏହିପରି ବ୍ୟାପକ ଫସଲ ନଷ୍ଟ ନେଇ ଗ୍ରାମବାସୀ ସହାୟତା ଦାବି କରିଛନ୍ତି । ଆଜି ଘଟଣା ସ୍ଥଳରେ ବନବିଭାଗ କର୍ମଚ଼ାରୀ ପହଞ୍ଚି ହାତୀ ଘଉଡାଇବାକୁ ପ୍ରୟାସ ଜରିରଖିଥିଲେ। ଫସଲ ନଷ୍ଟ ହୋଇଥିବା ଚ଼ାଷୀମାନଙ୍କୁ ତ଼ୁରନ୍ତ ସରକାରୀ ସହାୟତ଼ା ପ୍ରଦାନ କରିବାକୁ ଅମୃତ଼ ମହାନ୍ତ, ଶଙ୍କର ଚ଼ରଣ ନାଏକ, ଭରତ଼ ନାଏକ ପ୍ରମୁଖ ସମସ୍ତ ଚ଼ାଷୀ ଦାବି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର